ନିର୍ଦ୍ଦେଶିତ ଧ୍ୟାନ ସହିତ ଧ୍ୟାନର କୌଶଳ ସମୀକ୍ଷା
(ଓଡ଼ିଆ)

Sunday, July 11, 2021

ପୂର୍ବାହ୍ନ ୧୧:୦୦ ଘଟିକା

ଅପରାହ୍ନ ୦୧:୦୦ ଘଟିକା

(ଭାରତୀୟ ସମୟ)

ଘଟଣା ସମ୍ବନ୍ଧରେ

ଗତ ଜୁଲାଇ 11 ତାରିଖ, ରବିବାର ଦିନ 11:00 ଟା ଠାରୁ 01:30 (ଭାରତୀୟ ସମୟ) ପର୍ଯ୍ୟନ୍ତ ଓଡିଆରେ ଧ୍ୟାନ ପ୍ରବିଧିଗୁଡିକର ସମୀକ୍ଷା ସହ ଏକ ନିର୍ଦ୍ଦେଶିତ ଧ୍ୟାନ କାର୍ଯ୍ୟକ୍ରମ YSS ର ଜନୈକ ସନ୍ନ୍ୟାସୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।

YSS/SRF ପାଠମାଳାର ସଦସ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଦୁଇ ଘଣ୍ଟାର ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା YSS ର ଜଣେ ସନ୍ନ୍ୟାସୀଙ୍କ ଦ୍ୱାରା ପରିଚାଳିତ ଓଡିଆରେ ହଂସ ଏବଂ ଓମ୍ ପ୍ରବିଧିର ସମୀକ୍ଷା ଓ ନିର୍ଦ୍ଦେଶିତ ଧ୍ୟାନ.

ହଙ୍ଗ-ସ କୌଶଳର ସମୀକ୍ଷା

ଏହି ପ୍ରାଚୀନ ଏବଂ ଶକ୍ତିଶାଳୀ ହଙ୍ଗ-ସ କୌଶଳ ମନର ପ୍ରଚ୍ଛନ୍ନ ଏକାଗ୍ରତାର ଶକ୍ତି ବିକାଶ କରିବାରେ ସାହାଯ୍ୟ କରେ | ନିୟମିତ ଅଭ୍ୟାସ ମାଧ୍ୟମରେ ଜଣେ ଚିନ୍ତା ଏବଂ ଶକ୍ତିକୁ ବାହ୍ୟ ବିଭ୍ରାଟରୁ ପ୍ରତ୍ୟାହାର କରିବାକୁ ଶିଖିଥାଏ ଯଦ୍ୱାରା ସେମାନେ ଯେ କୌଣସି ଲକ୍ଷ୍ୟ ହାସଲ କରିବାକୁ କିମ୍ବା ସମାଧାନ କରିବାକୁ ଥିବା ସମସ୍ୟା ଉପରେ ଧ୍ୟାନ ଦେଇପାରନ୍ତି | କିମ୍ବା ଜଣେ ଏକାଗ୍ର ଧ୍ୟାନପ୍ରତି ନିର୍ଦ୍ଦେଶ ଦେଇପାରନ୍ତି ଯାହାର ସଫଳ ଅଭ୍ୟାସ ଦ୍ୱାରା ଈଶ୍ୱରୀୟ ଚେତନାକୁ ହୃଦୟଙ୍ଗମ କରିହୁଏ |

ଓମ କୌଶଳର ସମୀକ୍ଷା

ଛାତ୍ର, ହଙ୍ଗ-ସଉ କୌଶଳ ଅଭ୍ୟାସ ମାଧ୍ୟମରେ, ଶରୀରକୁ ଆରାମ ଦେବା ଏବଂ ମନକୁ ଧ୍ୟାନରେ ନିବେଶ କରିବା ଥରେ ଶିଖିଗଲେ, ଏହି ଉନ୍ନତ ଓମ କୌଶଳର ଧ୍ୟାନ, ସଚେତନତାକୁ ଶରୀର ଏବଂ ମନର ସିମୀତତା ଠାରୁ ଅଧିକ ବିସ୍ତାର କରିଥାଏ ଏବଂ ଅସୀମ ସାମର୍ଥ୍ୟର ଆନନ୍ଦ ହୃଦୟଙ୍ଗମ କରାଏ  |

କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୁଅନ୍ତୁ

ଆମେ ପରାମର୍ଶ ଦେଉଛୁ ଯେ କୌଶଳ ସମୀକ୍ଷା କକ୍ଷରେ ଯୋଗଦେବା ପୂର୍ବରୁ ଧ୍ୟାନ କୌଶଳ ଉପରେ ପର୍ଯ୍ୟବେଶିତ ଯୋଗୋଦା ସତସଙ୍ଗର ଶିକ୍ଷା ପାଠକରି ଆପଣ ନିଜକୁ ପ୍ରସ୍ତୁତ କରନ୍ତୁ |

ଏହି କକ୍ଷରେ ଆପଣ ନିଜର ଅର୍ମରେଷ୍ଟ ଓ ଆସନ କୁ ଉପାଦେୟତା ଦୃଷ୍ଟିରୁ ବ୍ୟବହାର କରିପାରନ୍ତି |

YSS / SRF ପାଠ୍ୟକ୍ରମର ଛାତ୍ରମାନେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ସଙ୍ଗମ ପୋର୍ଟାଲରେ ଲଗ୍ଇନ୍ କରିବା ଉଚିତ ଏବଂ ସେମାନେ ଧ୍ୟାନ କୌଶଳ ସମୀକ୍ଷା କାର୍ଯ୍ୟକ୍ରମ ପୃଷ୍ଠାକୁ ପ୍ରବେଶ କରିବାକୁ ସକ୍ଷମ ବୋଲି ଦୁଇଥର ଯାଞ୍ଚ କରିନେବା ଉଚିତ୍ |

ବୈଷୟିକ ସହାୟତା

ସାହାଯ୍ୟ ଆଵଶ୍ୟକ କି?

YSS ଭକ୍ତମାନେ ଆମକୁ (୦୬୫୧) ୬୬୫୫ ୫୫୫ ରେ ଟେଲିଫୋନ କରିପାରିବେ କିମ୍ବା ଏଠାରେ ପ୍ରଶ୍ନ ଦାଖଲ କରିପାରିବେ|

ବୈଷୟିକ ସହାୟତା ପାଇଁ SRF ଭକ୍ତମାନେ SRF ଅନ ଲାଇନ ଧ୍ୟାନ କେନ୍ଦ୍ରରେ ପ୍ରଶ୍ନ ଦାଖଲ କରିପାରିବେ କିମ୍ବା +୧ (୭୬୦) ୪୧୭ – ୬୦୮୦ କୁ ଟେଲିଫୋନ କରିପାରିବେ | (ଦୟାକରି ଧ୍ୟାନ ଦିଅନ୍ତୁ: ଦୀର୍ଘ ଦୂରତା ଦେୟ ଯୁକ୍ତ ଅଟେ |)

ନୂତନ ପରିଦର୍ଶକ

ପରମହଂସ ଯୋଗାନନ୍ଦ ଏବଂ ତାଙ୍କ ଶିକ୍ଷା ବିଷୟରେ ଅଧିକ ଜାଣିବା ପାଇଁ ଆପଣ ନିମ୍ନଲିଖିତ ଲିଙ୍କଗୁଡ଼ିକୁ ଅନୁସନ୍ଧାନ କରିପାରିବେ|

ଏହାକୁ ସେୟାର କରନ୍ତୁ

Share on facebook
Share on twitter
Share on whatsapp